ମେ ୧୫ ରୁ ୨୫ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଶୀର୍ଷରେ ଥିଲା : ଅଜୟ ପରିଡ଼ା

ଭୁବନେଶ୍ୱର : ମେ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଶୀର୍ଷରେ ଥିଲା। ଏବେ ମେ ୨୫ରୁ କମିବା ଆରମ୍ଭ କରିଛି। ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଭଳି ଜାଗାରେ ସଂକ୍ରମଣ ଟିକିଏ ଅଧିକ ରହୁଛି। ମୃତ୍ୟୁ ହାରରେ ଜାତୀୟ ସ୍ତରଠୁ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ପ୍ରକାଶ କରିଛନ୍ତି।
ସେହିପରି ସାମ୍ଭବ୍ୟ ତୃତୀୟ ଲହର ପାଇଁ ବର୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି। ତୃତୀୟ ଲହରର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ। ଏଥିରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବେ ବୋଲି ସେ କହିଛନ୍ତି।

Comments are closed.