କାଠ ଗଣ୍ଡି ବୋଝେଇ ପିକ ଅପ ଜବତ ,ଦୁଇ ଗିରଫ

ଦ୍ୱାରସୁଣୀ: ବାଙ୍ଗିରିପୋଷି ବନ ବିଭାଗ ଅନ୍ତର୍ଗତ ଶୀର୍ଷା ବିଟର ଜକ୍ଷଲଦକ୍ଷ ଛକ ନିକଟରେ କାଠ ଚୋରା ଚାଲାଣ ବେଳେ ୧୬ ଖଣ୍ଡ ଶାଳ କାଠ ଗାଣ୍ଡି ବୋଝେଇ ଏକ ପିକ ଅପ ଓଆର୦୧ଜି୫୧୦୩ କୁ ଜବତ କରିବା ସହ ସମୃକ୍ତ ଦୁଇ ଜଣକୁ କୁ ଗିରଫ କରିଛି ବାଙ୍ଗିରିପୋଷି ବନ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ଝାରପୋଖରୀଆ ଥାନା ରତିଲା ଗ୍ରାମର କୃଷ୍ଣ ଚନ୍ଦ୍ର ଚୌଧୁରୀ ଓ କପଡ଼ିଆ ଗ୍ରାମ ର ବୈକୁଣ୍ଠ ନାଥ ପାତ୍ର । ରାତିରେ କାଠ କୁ ନେଇ ଯିବା ଏହି ସମୟରେ ବନ ଅଧିକାରୀ ତପନ କୁମାର ଦଶ ଓ ବିଭାଗ କର୍ମଚାରି ମାନେ କୌଣସି ସୁଚନା ପାଇ ଉକ୍ତ କାଠ ବୋଝେଇ ଗାଡି କୁ ଅଟକାଇବା ସହ ପଚାରିବୁଝିବାରୁ ବେଆଇନ ବୋଲି ଜଣାପଡିଥିଲା । କାଠ ବୋଝେଇ ଗାଡ଼ି କୁ ଜବତ କରି ବାଙ୍ଗିରିପୋଷି ବନାଞ୍ଚଳ ଅଧିକାରୀ ଙ୍କ କାର୍ୟ଼୍ୟାଳୟ କୁ ଆଣିଥିଲେ ।ଏ ନେଇ ବନ ବିଭାଗ ତରଫରୁ ଏକ ମାମଲା୮୨/୧୯ ରୁଜୁ କରି ଅଭିଯୁକ୍ତ ଡ୍ରାଇଭର କୁ କୋର୍ଟ ଚାଲାଣ କରିବା ସହ ଏଥିରେ ସମ୍ପୁର୍କ ବ୍ୟକ୍ତି ଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି ।

Comments are closed.