ୱିମ୍ବଲଡନ : ଫାଇନାଲରେ ବେରେଟିନି

ଲଣ୍ଡନ : ଇଟାଲୀର ମାଟିଓ ବେରେଟିନି ୱିମ୍ବଲଡନ ପୁରୁଷ ସିଙ୍ଗଲ୍‌ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ପୁରୁଷ ବିଭାଗ ପ୍ରଥମ ସେମିଫାଇନାଲ ମ୍ୟାଚରେ ବିଶ୍ବର ୯ ନମ୍ବର ମାନ୍ୟତାପ୍ରାପ୍ତ ବେରେଟିନି ୩-୧ ସେଟ୍‌(୬-୩, ୬-୦, ୭-୬ ଓ ୬-୪)ରେ ପୋଲାଣ୍ଡର ହ୍ୟୁବର୍ଟ ହ୍ୟୁର୍କାଜ୍‌ଙ୍କୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବେରେଟିନି ୮ ନମ୍ବର ମାନ୍ୟତାପ୍ରାପ୍ତ ହ୍ୟୁବର୍ଟ ହ୍ୟୁର୍କାଜ୍‌ଙ୍କ ବିପକ୍ଷରେ ପ୍ରଥମ ସେଟ୍‌କୁ ୬-୩ ରେ ଓ ଦ୍ବିତୀୟ ସେଟ୍‌କୁ ୬-୦ରେ ଜିତି ନେଇଥିଲେ। ତୃତୀୟ ସେଟ୍‌ରେ ହ୍ୟୁର୍କାଜ୍‌ ପ୍ରତ୍ୟାବର୍ତ୍ତନ କରିଥିଲେ। ହ୍ୟୁର୍କାଜ ୭-୬ ଟାଇବ୍ରେକର (୭-୩)ରେ ବେରେଟିନିଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ସେଟ୍‌ରେ ବେରେଟିନି ପ୍ରତ୍ୟାବର୍ତ୍ତନ କରିବା ସହିତ ୬-୪ରେ ଜିତି ନେଇଥିଲେ। ବେରେଟିନି ଫାଇନାଲରେ ନୋଭାକ୍‌ ଜୋକୋଭିକ୍‌ ଓ ଡେନିସ୍‌ ଶାପୋଭାଲୋଭଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚର ବିଜେତାଙ୍କୁ ଭେଟିବେ।

Comments are closed.