କରୋନା ସହାୟତା : ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ଓ ଜରୁରୀ ଉପକରଣ ଯୋଗାଉଛି ମାତୃଶକ୍ତି ଫାଉଣ୍ଡେସନ

ଭୂବନେଶ୍ବର : କରୋନା ମହାମାରୀ ପ୍ରଭାବରେ ଅସହାୟ ଓ ନିରାଶ୍ରୟ ଅଭାବ ଓ ଅନଟନରେ ଜୀବନ ଅତିବାହିତ କରୁଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ଭୋକ ଉପବାସରେ ଅନେକ ଦିନ କାଟୁଛନ୍ତି। ଏହିପରି ସ୍ଥିତିରେ ସେମାନଙ୍କୁ ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ। ଭୁବନେଶ୍ୱର ଭିଏସ୍ଏସ୍ ନଗରର ବିଭିନ୍ନ ବସ୍ତି ଅଞ୍ଚଳରେ ମାତୃଶକ୍ତି ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରଭାସିନୀ ମହାନ୍ତିଙ୍କ ନେତୃତ୍ବରେ ଶୁଖିଲା ଖାଦ୍ୟ ଓ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଲକ୍ଡାଉନ୍ ଆରମ୍ଭ ଦିନଠାରୁ ସ୍ଥାନିୟ ବସ୍ତି ତଥା ନିରାଶ୍ରୟ ଲୋକଙ୍କୁ ଜରୁରୀସାମଗ୍ରୀ ସହ ଅନ୍ୟାନ୍ୟ ଆବଶକୀୟ ଉପକରଣ ମାନ ଯୋଗାଇ ଆସୁଛନ୍ତି। ଫାଉଣ୍ଡେସନ ଅଧ୍ୟକ୍ଷା ପ୍ରଭାସିନୀ ମହାନ୍ତିଙ୍କ କହିବା ଅନୁଯାୟୀ ସମସ୍ତ ସଦସ୍ୟମାନଙ୍କର ଇଚ୍ଛା ଓ ଅଦମ୍ୟ ସହଯୋଗରେ ଅସହାୟଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣ ବିତରଣ କରିବା ସମ୍ଭବ ହୋଇପାରିଛି। ଏହି କର୍ଯ୍ୟକ୍ରମରେ ମାତୃଶକ୍ତି ଫାଉଣ୍ଡେସନର କର୍ମକର୍ତ୍ତା ସୁକାନ୍ତି,ସୋନି,ଜୟନ୍ତୀ,ସବିତା, ପ୍ରଭାତୀ, ଗୋଲାପ, ରୋଜି, ଶକୁନ୍ତଳା, ଦିପୀନା, ସଞ୍ଜୟ, ଆଦିତ୍ୟ, ସୁଶାନ୍ତ, ସମରଞ୍ଜନ ପ୍ରମୁଖ ସାମିଲ ହୋଇଛନ୍ତି। କରୋନା ଆରମ୍ଭ ହେବା ଦିନଠାରୁ ଭୁବନେଶ୍ବରରେ ବସବାସ କରୁଥିବା ଅସହାୟ ନିରାଶ୍ରୟଙ୍କୁ ଶୁଖିଲାଖାଦ୍ୟ ଓ ପାଠ୍ୟପୁସ୍ତକ ବଣ୍ଟନ କରାଯାଉଛି। ଆଗାମୀ ଦିନରେ ଏଇ ଭଳି ପ୍ରୟାସ ଜାରି ରହିବ ବୋଲି ମାତୃଶକ୍ତି ଫାଉଣ୍ଡେସନ ର ଅଧକ୍ଷ୍ୟା ପ୍ରଭାସିନୀ ମହାନ୍ତି ପ୍ରକାଶ କରିଛନ୍ତି।

Comments are closed.