ମାଟ୍ରିକ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା

ଭୁବନେଶ୍ବର : ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ପରୀକ୍ଷାକୁ ନେଇ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାକୁ କିପରି ସ୍ବଚ୍ଛ ରଖାଯାଇପାରିବ ସେ ନେଇ ଫ୍ଲାଇଂ ସ୍କ୍ବାର୍ଡ ଓ ଜିଲା ପ୍ରଶାସନ ଭଲି ତ୍ରିସ୍ତରୀୟ ସୁରକ୍ଷା କରାଯାଇଛି । ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ପରୀକ୍ଷା ପର୍ଯ୍ୟବେକ୍ଷକ ରହି ତଦାରଖ କରିବେ। ହଜାରଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଏ ନେଇ କଟକ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

Comments are closed.