୯ରୁ ମାଟ୍ରିକ ସପ୍ଲିମେଣ୍ଟାରୀ,ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସୂଚୀ ଅନୁଯାୟୀ ୧୪ରେ ପ୍ରଥମ ଭାଷା(ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦୁ, ତେଲଗୁ), ୧୫ରେ ଦ୍ୱିତୀୟ ଭାଷା (ଇଂରାଜୀ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା), ୧୬ରେ ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ସି), ୧୮ ତାରିଖରେ ତୃତୀୟ ଭାଷା (ସଂସ୍କୃତ), ୧୯ରେ ଗଣିତ, ୨୦ରେ ଭିଜୁଆଲ ଆର୍ଟ(ପ୍ରାକ୍ଟିକାଲ), ୨୧ରେ ସାଧାରଣ ବିଜ୍ଞାନ, ୨୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ସମାନ ପ୍ରଶ୍ନପତ୍ରରେ ହେବା ସହ ସେପ୍ଟେମ୍ବର ୨୨ରେ ପରୀକ୍ଷା ଶେଷ ହେବ। ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ଣ ୧୨ଟାରେ ଶେଷ ହେବ। ପୂର୍ବାହ୍ଣ ୯.୪୫ରେ ଉଭୟ ଅବଜେକ୍ଟିଭ ଓ ସବ୍‍ଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ। ଅବଜେକ୍ଟିଭ ପରୀକ୍ଷା ୧୦ରୁ ୧୧ଟା ଯାଏ ଓ ସବଜେକ୍ଟିଭ ପରୀକ୍ଷା ୧୧ଟାରୁ ୧୨ଟା ଯାଏ ହେବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସେପ୍ଟେମ୍ବର ୧୪ରୁ ୨୪ ତାରିଖ ଯାଏ ଅନୁଷ୍ଠିତ ହେବ। ୧୪ରେ ଓଡ଼ିଆ, ୧୫ରେ ଇଂରାଜୀ, ୧୬ରେ ହିନ୍ଦୀ, ତେଲୁଗୁ, ଉର୍ଦୁ, ୧୮ରେ ସଂସ୍କୃତ, ୧୯ରେ ଗଣିତ, ୨୦ରେ ଗୃହବିଜ୍ଞାନ, ୨୧ରେ ସାଧାରଣ ବିଜ୍ଞାନ, ୨୨ରେ ସାମାଜିକ ବିଜ୍ଞାନ, ୨୩ରେ ଇଣ୍ଡିଆନ କଲଚର ଆଣ୍ଡ ହେରିଟେଜ୍‍, ୨୪ରେ ପେଣ୍ଟିଂ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

Comments are closed.