ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷାରେ ମୋଟ ୩୫,୫୮୮ ଜଣ ପରୀକ୍ଷାର୍ଥୀ ୨୪୧ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସପ୍ଲିମେଣ୍ଟାରୀରେ ୨୨,୬୪୯ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୫୩ଟି କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୧୨୯୩୯ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୮୮ଟି କେନ୍ଦ୍ର ହୋଇଛି। ଖାତା ମୂଲ୍ୟାୟନ ପାଇଁ ସପ୍ଲିମେଣ୍ଟାରୀରେ ୧୩ଟି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୭ଟି କେନ୍ଦ୍ର ହୋଇଛି। ସମସ୍ତ କେନ୍ଦ୍ର ପରିଚାଳକମାନେ କୋଭିଡ୍‍ ଗାଇଡ୍‍ ଲାଇନ୍‍ ପାଳନ କରିବା ପାଇଁ କଡ଼ା ନିର୍ଦେଶ ଦିଆଯାଇଛି। ଏଥିସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନିମନ୍ତେ ଜିଲାପାଳମାନେ ସହଯୋଗ ଯୋଗାଇ ଦେବା ଓ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ବେଳେ କୋଭିଡ୍‍ ଗାଇଡ୍‍ ପାଳନ କରିବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ, ପୁଲିସ ପ୍ରଶାସନ ଓ ଜିଲା ପ୍ରଶାସନର ସହଯୋଗ କାମନା କରାଯାଇଛି।

Comments are closed.