୧୪ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର: ସେପ୍ଟେମ୍ବର ୧୪ରୁ ୨୪ ଯାଏଁ ମାଟ୍ରିକ୍ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ମାଟ୍ରିକ୍ ପାଇଁ ୧୫୩ଟି ଏବଂ ଓପନ ସ୍କୁଲ ପାଇଁ ୮୮ ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରତିଦିନ ସାନିଟାଇଜ୍ କରାଯିବ। ଏହାସହ ଭିଡ଼ ଯେପରି ନ ହେବ ସେନେଇ ବ୍ୟବସ୍ଥା ହେବ। କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯାଇ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ୨୨, ୬୪୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେହିପରି ଓପନ ସ୍କୁଲର ୧୨,୯୩୯ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।

Comments are closed.