ଫନି ପାଇଁ ଘୁଞ୍ଚିଲା ମାଟ୍ରିକ ପରୀକ୍ଷାଫଳ ପ୍ରକାଶନ , ମେ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ!

କଟକ .- ଫନି ଯୋଗୁଁ ମାଟ୍ରିକ ପରୀକ୍ଷାଫଳ  ମେ ପ୍ରଥମ ସପ୍ତାହ ବଦଳରେ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି । ଏପ୍ରିଲ ୫ ତାରିଖରୁ ମାଟ୍ରିକ ଖାତାର ମୂଲ୍ୟାୟନ ଶେଷ ହୋଇଛି । ଦୀର୍ଘ  ଉତ୍ତର ସହ ଓଏମ୍‌ଆର୍‌ ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି । ମାତ୍ର ଫନି ଯୋଗୁଁ ବିଦ୍ୟୁତ  ଯୋଗାଣ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ  ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ହୋଇଥିବା କଥା  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ୫ଲକ୍ଷ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।  ୨୯୫୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Comments are closed.