ମେ’ ୨୬ରୁ ମାଟ୍ରିକ ଖାତା ଦେଖା

ଭୁବନେଶ୍ବର : ମାଟ୍ରିକ ଖାତା ଦେଖାନେଇ ଗୁରୁବାର ରାଜ୍ୟସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାତାଦେଖା ପ୍ରକ୍ରିୟାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରାଯିବ। ମେ ୨୬ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମୁଲ୍ୟାୟନ କେନ୍ଦ୍ର ପାଇଁ ଖୁବ ଶୀଘ୍ର ନୋଡାଲ ଅଫିସର ପଠା ଯିବ। ମୁଲ୍ୟାୟନକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲାପାଳମାନଙ୍କୁ ଶିକ୍ଷାବିଭାଗ ଚିଠି କରି ଜଣାଇଛି।