ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ

ଭୁବନେଶ୍ବର : ମାଟ୍ରିକ୍‌ ଖାତା ମୂଲ୍ୟାୟନକୁ ନେଇ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଓଷ୍ଟା ପକ୍ଷରୁ ହେଇଥିବା ଆବେଦନ ଉପରେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟ ନିର୍ଦେଶରେ ଦର୍ଶାଯାଇଛି ଯେ ୧୦କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବା ଦରକାର। ମୂଲ୍ୟାୟନ କେନ୍ଦ୍ରରେ ଲକ୍‌ଡାଉନ୍‌ କଟକଣା ମାନିବା ଆବଶ୍ୟକ। ଖାତାଦେଖାବେଳେ ସାମାଜିକ ଦୂରତା ମାନିବକୁ ନିର୍ଦେଶ ଦିଆଯାଇଛି। ଏଥିନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

Comments are closed.