ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା : ୬୦ ଟି କେନ୍ଦ୍ରରେ ହେବ ମୂଲ୍ୟାୟନ, ୪୫ ଦିନ ମଧ୍ୟରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ଵର : ଆସନ୍ତକାଲିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୬୦ ଟି ସେଣ୍ଟରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାତା ଦେଖା ପାଇଁ ପ୍ରସ୍ତୁତ ହୋଇଥିବା ୬୦ ଟି ସେଣ୍ଟରରେ ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଖାତା ଦେଖାର ୪୫ ଦିନ ମଧ୍ୟରେ ମାଟ୍ରିକ ଫଳାଫଳ ବାହାରିବ ବୋଲି ଗଣଣିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ହେଲେ କୋରୋନା ଯୋଗୁଁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଥିଲା । ଏହାପରେ ମେ ୨୦ରେ ମାଟ୍ରିକ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା  ହେଲେ ଅମ୍ପାନ ବାତ୍ୟା ପାଇଁ ଏହା ମେ ୨୧କୁ ପରିବର୍ତ୍ତନ କରାଯାଇଥିଲା । ତେବେ ଏହାପରେ ବାତ୍ୟାର ପ୍ରକୋପକୁ ନଜରରେ ରଖି ମାଟ୍ରିକ ଖାତା ଦେଖାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା ।

Comments are closed.