ଆସନ୍ତା ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ଭୁବନେଶ୍ୱର : ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୋମବାର ଜଣାପଡ଼ିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କରୋନାର ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ କଟକଣା ଓ ସୁରକ୍ଷା ମଧ୍ୟରେ ଶେଷ ହୋଇଛି ମାଟ୍ରିକ ଖାତା ଦେଖା। ବର୍ତମାନ ଟାବୁଲେସନ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ +୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟଡ଼ାଉନ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

Comments are closed.