ଗ୍ରୀଷ୍ମପ୍ରବାହ ଯୋଗୁଁ କେବଳ ପ୍ରଥମ ସିଟିଂରେ ହେବ ମାଟ୍ରିକ ପରୀକ୍ଷା- ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମେ ଦୁଇ ତାରିଖ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର – ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପାଠପଢା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି । ମେ ଦୁଇ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ଗୁରୁବାରରୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମାଟ୍ରିକ ପରୀକ୍ଷାକୁ କେବଳ ପ୍ରଥମ ସିଂଟିରେ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ସିଟିଂର ପରୀକ୍ଷା ମଧ୍ୟ ପ୍ରଥମ ସିଂଟିରେ ହେବ । ଏଥିରେ ସିଡ୍ୟୁଲରେ ପରିବର୍ତ୍ତନ କରାଯାଇ ନାହିଁ କେବଳ ଦ୍ୱିତୀୟ ସିଂଟିର ପରୀକ୍ଷା ପ୍ରଥମ ସିଂଟିରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ରମାସିସ୍‌ ହାଜରା ସୂଚନା ଦେଇଛନ୍ତି ।

ସମସ୍ତ ପରୀକ୍ଷା କେନ୍ଦ୍ରରେ ପାନୀୟ ଦଳ ସହ ଓଆର୍‌ଏସ୍‌ ପ୍ୟାକେଟ୍‌ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ମୋବାଇଲ୍‌ ବାରଣ କରାଯାଇଛି । ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ପର୍ଯ୍ୟନ୍ତ ସକାଳ ୮ରୁ ୧୦ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ।

Comments are closed.