ବାହାରକୁ ଯିବା ପାଇଁ ରାସ୍ତା ନାହିଁ – ଦୟନୀୟ ଜୀବନ ଜିଉଁଛନ୍ତି ମାଠିଆପଡା ଅନୁସୁଚିତ ଜାତି ଜନବସତିର ଲୋକ

କଲମପୁର – ପୂର୍ବକୁ ଯାଇ ହେଉ ନାହିଁ କି ପଶ୍ଚିମକୁ ଫେରି ହେଉ ନାହିଁ । ରାସ୍ତା ଅଭାବ ପାଇଁ ତ୍ରୀଶଙ୍କୁ ଅବସ୍ଥାରେ ଦୟନୀୟ ଜୀବନ ଅତିବାହିତ କରୁଛନ୍ତି ବିଜମରା ପଂ·ୟତ ଅଧିନସ୍ଥ ମାଠିଆପଡା ଅନୁସୁଚିତ ଜାତି ବର୍ଗର ପ୍ରାୟ ୧୦ ପରିବାର ବସତି କରିଥିବା ଏକ ପଡାଗ୍ରାମର ବାସିନ୍ଦା । ବହୁ ବର୍ଷ ପୂର୍ବେ ଏହି ଜନ ବସତି ଗଢି ଉଠିଥିଲା । କିନ୍ତୁ ରାସ୍ତା ଅଭାବ କାରଣ୍ରୁ ଜମି ହୁଡା ଦେଇ ଯାତାୟତ କରି ଆସୁଥିଲେ । ପରବର୍ତି ସମୟରେ ଜମିକୁ ଯାତାୟତ କରିବା ପାଇଁ ଜମି ମାଲିକ ମାନେ ରାସ୍ତା ନିର୍ମାଣ କରିଥିଲେ ମଧ୍ୟ ପରବର୍ତି ସମୟରେ ଏହି ରାସ୍ତାରେ ସରକାରୀ ରାସ୍ତା ନିର୍ମାଣ ପାଇଁ ସମ୍ପୃକ୍ତ ଜମି ମାଲିକ ବାରଣ କରିବାରୁ ବର୍ଷା ଦିନେ ଦୟନୀୟ ଜୀବନ ଜିଉଁଛନ୍ତି ଏହି ଜନବସତିର ଲୋକେ । ନାଁ ସ୍କୁଲକୁ ଛାତ୍ର ଛାତ୍ରୀ ଯାଇ ପାରୁଛନ୍ତି ନାଁ ରୋଗୀ ଓ ଗର୍ଭବତୀଙ୍କ ପାଇଁ ଆମ୍ବୁଲେନ୍ସ ସେବା ମିଳି ପାରୁଛି । ବର୍ଷା ଦିନେ ଯମ ଯନ୍ତ୍ରଣା ଭୋଗୁଛନ୍ତି ପଡା ବାସିନ୍ଦା । ଏପରିକି ରାସ୍ତା ଅଭାବ ଯୋଗୁଁ ଏହି ପଡାରେ ନିଜ ଝିଅ ବିବାହ ଦେବାକୁ ସହମତି ପ୍ରକାଶ କରି ପାରୁନାହାଁନ୍ତି କନ୍ୟାପିତା । ଖୋଦ୍‌ ରଣମାଲ ଖଲିଆଭଟାର ଜଣେ କନ୍ୟାର ମାଁ ଅର୍ଣ୍ଣ ତାଣ୍ଡି ନିଜଝିଅକୁ ଏହି ପଡାରେ ବିବାହ ଦେଇ ରାସ୍ତା ଅଭାବ ପାଇଁ ଏବେ ହଇରାଣ ହେଉଥିବା ଆମ ପ୍ରତିନିଧି ସମ୍ମୁଖରେ ପ୍ରକାଶ କରିଛନ୍ତି । ତେଣୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣର ବ୍ୟବସ୍ଥା କରାଗଲେ ଅଂଚଳବାସୀ ଉପକୃତ ହେଇ ପାରିବେ ବୋଲି ଗ୍ରାମର ବୃଦ୍ଧ ହରି ପିତାମ୍ବର ନାଏକ ମତବ୍ୟକ୍ତ କରିଛନ୍ତି ।

Comments are closed.