ହେଡେନ୍‍ଙ୍କ ବେକରେ ଗୁରୁତର ଆଘାତ

0

ସିଡ଼ନୀ : ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ପୂର୍ବତନ ଓପନର୍‍ ମାଥ୍ୟୁ ହେଡେନ୍‍ଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ସମୁଦ୍ରରେ ସର୍ଫି କରୁଥିବା ବେଳେ ହେଡେନ୍‍ଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।
୪୬ ବର୍ଷୀୟ ହେଡେନ୍‍ ନିଜ ପୁଅ ସହ ବ୍ରିସବେନ୍‍ ନିକଟ ସମୁଦ୍ରରେ ସର୍ଫି କରୁଥିବା ବେଳେ ବଡ଼ ଜୁଆର ମାଡ଼ରେ ତାଙ୍କ ବେକର କେତେକ ହାଡ଼ ଜଖମ ହୋଇଥିଲା। ବର୍ତ୍ତମାନ ସେ ଚିକିତ୍ସିତ ହେଉଥିବା ବେଳେ ନିଜ ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଛାଡ଼ିଛନ୍ତି। ସର୍ଫି ସମୟରେ ଆଘାତପ୍ରାପ୍ତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ବ୍ୟକ୍ତିମାନଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନାଥାଉକି ଅଷ୍ଟ୍ରେଲିଆ କ୍ରିକେଟ୍‍ରେ ଅନ୍ୟତମ ତାରକା ଓପନର୍‍ ଭାବେ ପରିଚିତ ହେଡେନ୍‍ ୧୦୩ଟି ଟେଷ୍ଟ ମ୍ୟାଚ୍‍ ଖେଳି ୮୬୨୫ ରନ୍‍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୩୦ଟି ଶତକ ଅନ୍ତର୍ଭୁକ୍ତ।

Leave A Reply