ସମୁଦ୍ରରେ ସର୍ଫିଂ କରିବା ବେଳେ ପଡିଯାଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେୟିଟର ମାଥ୍ୟୁ ହେଡେନ୍‌ ଗୁରୁତର

0

ସିଡନୀ .- ସମୁଦ୍ରରେ ସର୍ଫିଂ କରୁଥିବା ବେଳେ ପଡିଯିବାରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟିୟ ମାଥ୍ୟୁ ହେଡେନ୍‌ ଗୁରୁତର ହୋଇଛନ୍ତି । ତାଙ୍କର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ବେକର ଗୋଟିଏ ହାଡ ଭାଙ୍ଗି ଯାଇଛି ।

ମାଥ୍ୟୁ ହେଡେନ୍‌  ନିଜ ପୁଅ ସହ  ସମୁଦ୍ରରେ ସର୍ଫିଂ କରୁଥିଲେ । ଏତିକି ବେଳେ ଏକ ବଡ ଲହରୀ ଆସିବାରୁ ସେ ସର୍ଫିଂ ବୋର୍ଡରୁ ପଡିଯାଇଥିଲେ । ତାଙ୍କର ମୁଣ୍ଡ ଓ ବେକ ସମୁଦ୍ର ତଳେ ମାଡ ହୋଇଥିଲା । ସେ କୌଣସି ମତେ କୂଳକୁ ଆସିଯାଇଥିଲେ । ହେଲେ ତାଙ୍କ ମୁଣ୍ଡ ଓ ବେକରେ ଆଘାତ ଲାଗିଥିଲା । ଏବେ ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।  ବଞ୍ଚିଯାଇଥିବାରୁ ହେଡନ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply