୪୯ ଓଭରରେ ନ୍ୟୁଜିଲ୍ୟାଣ୍ଡ ଅଲ୍‌ଆଉଟ୍, ଭାରତ ପାଇଁ ୨୪୪ ରନର ଟାର୍ଗେଟ

0

ମାଉଣ୍ଟ ମାଙ୍ଗାନୁଇ: ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରି ଭାରତ ପାଇଁ ୨୪୪ ରନର ଟାର୍ଗେଟ ରଖିଛି । ନ୍ୟୁଜିଲ୍ୟାଣ୍ଡ ଦଳ ୪୯ ଓଭରରେ ଅଲ୍‌ଆଉଟ୍ ହୋଇଛି । ସୋମବାର ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୨-୦ରେ ପଛୁଆ ଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ରହିଛି।

ଅନ୍ୟ ପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ଆରମ୍ଭରୁ ଝଟକା ଦେଇଥିଲେ ଭାରତୀୟ ବୋଲର୍ । ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଉଇକେଟ୍ ନେଇଥିବା ବେଳେ ମହମ୍ମଦ ସାମୀ ୩ଟି ଉଇକେଟ୍ ନେଇଥିଲେ । କେଦାର ଯାଦବ ଏବଂ କୁଲଦୀପ ଯାଦବଙ୍କୁ କୌଣସି ୱିକେଟ୍‌ ମିଳି ନଥିଲା।

ନ୍ୟୁଜିଲ୍ୟାଣ୍ଡ ଦଳ ପକ୍ଷରୁ ରସ୍‌ ଟେଲର ସର୍ବାଧିକ ୯୩ ରନ୍‌ କରିଥିବା ବେଳେ ଟମ୍‌ ଲାଥାମ୍‌ ୫୧ ରନ୍ ହାସଲ କରିଛନ୍ତି । ସେହିପରି ଅଧିନାୟକ କେନ୍‌ ୱିଲିୟମସନ୍‌ ୨୮ ରନ୍‌ କରିଥିବା ବେଳେ ଅନ୍ୟମାନେ ୧୨, ୧୩, ୧୫ ଓ ୭ ରନରେ ଆଉଟ୍ ହୋଇ ଯାଇଥିଲେ। ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି ଓ ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ୱିକେଟ୍‌ ରକ୍ଷଣ କରୁଛନ୍ତି ।

Leave A Reply