ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ; ଆଉଟ ଫିଲ୍ଡ ଓଦା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ

ଏଜ୍‌ବାଷ୍ଟନ୍‌ : ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଭାରତ ୨୦ ଓଭର ସୁଦ୍ଧା ୨ ୱିକେଟ ହରାଇ ୫୩ ରନ ସଂଗ୍ରହ କରିଛି। ଶୁଭମାନ ଗିଲ୍ ୧୭ ଓ ଚେତେଶ୍ବର ପୂଜାରା ୧୩ ରନ କରି ଆଉଟ ହୋଇଛନ୍ତି । ହନୁମା ବିହାରୀ ୧୪ ଓ କୋହଲି ୧ ରନ କରି ଅପରାଜିତ ଅଛନ୍ତିି। ଆଉଟ ଫିଲ୍ଡ ଓଦା କାରଣରୁ ୨୦.୧ ଓଭର ପରେ ଖେଳ ବନ୍ଦ ରହିଛି।

୧୦ ମାସ ପରେ ଭାରତ ଓ ଇଂଲଣ୍ଡ କ୍ରିକେଟ୍‌ ଦଳ ମଧ୍ୟରେ ଏହି ଅସମାପ୍ତ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି । ଗତବର୍ଷ ଇଂଲଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୪ଟି ମ୍ୟାଚ୍‌ ପରେ ଖେଳାଳି କରୋନା ସଂକ୍ରମିତ ହେବା ପରେ ଏହା ସ୍ଥଗିତ ରହିଥିଲା । ଭାରତ ସେତେବେଳକୁ ୨-୧ରେ ଆଗୁଆ ଥିଲା । ଏହା ହେଉଛି ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ । ଭାରତ ମ୍ୟାଚ ଜିତିଲେ ୩-୧ରେ ଶୃଙ୍ଖଳା ଜିତିପାରିବ। ଇଂଲଣ୍ଡ ଜିତିଲେ ଶୃଙ୍ଖଳା ଡ୍ର ରହିବ। ଗତବର୍ଷ ଟେଷ୍ଟ ଶୃଙ୍ଖଳା ଚାଲି ଥିବା ବେଳେ ରବି ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ଓ ବିରାଟ କୋହଲି ଅଧିନାୟକ ଥିଲେ। ହେଲେ ଏଥର ରାହୁଲ ଦ୍ରାବିଡ଼ ମୁଖ୍ୟ ପ୍ରଶିକ୍ଷକ ଓ ରୋହିତ ଶର୍ମାଙ୍କ ସ୍ଥାନରେ ଯଶପ୍ରିତ ବୁମରା ଅଧିନାୟକ ଅଛନ୍ତି । ୨୦୦୭ ପରେ ଇଂଲଣ୍ଡରେ ଭାରତ ଟେଷ୍ଟ ଶୃଙ୍ଖଳା ଜିତିନାହିଁ।

Comments are closed.