ମଟର ପୁରୀ

0

ଆବଶ୍ୟକୀୟ ସାମଗ୍ରୀ: ଅଟା, ମଟର ୧ କପ୍, ୨-୩ଟି କଞ୍ଚା ଲଙ୍କା, ୫-୬ଟି ରସୁଣ, ଧନିଆ ପତ୍ର, ଅଧା ଚାମଚ ଜୁଆଣୀ, ଛାଣିବାକୁ ତେଲ, ଅଧା ଚାମଚ ହଳଦୀ, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ଜିରା ପାଉଡର, ଅଧା ଚାମଚ ଧନିଆ ପାଉଡର, ଅଧା ଚାମଚ ଆମ୍ବଚୁର ପାଉଡର, ଅଧା ଚାମଚ ଗରମ ମସଲା ଓ ସ୍ବାଦନୁଯାୟୀ ଲୁଣ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମଟର, କଞ୍ଚା ଲଙ୍କା, ରସୁଣ ଓ ଧନିଆ ପତ୍ରକୁ ଭଲ ଭାବରେ ବାଟି ଦିଅନ୍ତୁ । ଏକ ପାତ୍ର ନେଇ ସେଥିରେ ଅଟା, ଜୁଆଣୀ ଓ ଅନ୍ୟ ସବୁ ମସଲା ପକାଇ ଗୋଳାଇ ଦିଅନ୍ତୁ । ପରେ ଏଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ପକାଇ ଚକଟି ଦିଅନ୍ତୁ । ସେଥିରେ ଅଳ୍ପ ତେଲ ଦେଇ ଚକଟନ୍ତୁ, ଫଳରେ ପୁରୀ ନରମ ହେବ । ପରେ ଛୋଟ ଛୋଟ ଗୁଳା କରି ପୁରୀ ଆକରରେ ବେଲି ଗରମ ତେଲରେ ଛାଣି ଦିଅନ୍ତୁ । ସାଧାରଣ ପୁରୀ ଅପେକ୍ଷା ଏହି ପୁରୀର ରଙ୍ଗ ସବୁଜ ଦେଖାଯିବ । ଏହି ମଟର ପୁରୀକୁ ଚଣା ମସଲା ତରକାରୀ ବା ନିଜ ପସନ୍ଦର କୌଣସି ତରକାରୀ ସହ ଖାଇ ପାରିବେ ।

Leave A Reply