ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା : ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ :  ଯମୁନା ଏକ୍ସପ୍ରେସ ୱେରେ ସୋମବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଥୁରା ସୀମାର ସାଦାବାଦ ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସ ୱେରେ ଅଧା ଡଜନ ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଆଗ୍ରାର ଏସଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ଚିକିତ୍ସା ସମୟରେ ଜଣେ ଗୁରୁତର ଆହତଙ୍କର ମୃତ୍ୟୁ ହୋଇଥିଲେ। ଏହି ଦୁର୍ଘଟଣା ପରେ ହାଥରସ ଡିଏମ୍ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣାରେ ସମୁଦାୟ ୩ ଜଣଙ୍କର ମୃତ୍ୟୁ ଘଟିଛି।

ସୋମବାର ସକାଳେ ପ୍ରବଳ କୁହୁଡି ଓ ଧୂଆଁ ଯୋଗୁ ଏକ୍ସପ୍ରେସୱେରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଦୁର୍ଘଟଣା ପରେ ଯମୁନା ଏକ୍ସପ୍ରେସୱେରେ ଗାଡିଗୁଡ଼ିକ ଅଟକି ରହିଥିଲା। ଟ୍ରାଫିକକୁ ବ୍ରବସ୍ଥାକୁ ନିୟନ୍ତ୍ରିତ କରିବା ପାଇଁ ପୁଲିସ ନିର୍ଦ୍ଦେଶ ଦେବା ସହ  ଦୁର୍ଘଟଣାଗ୍ରସ୍ତ ରାସ୍ତାକୁ ସଫା କରିବା କାର୍ଯ୍ୟ ଆରମ୍ଭ କରିଥିଲା। କିଛି ସମୟ ପରେ ଟ୍ରାଫିକ୍ ବ୍ୟବସ୍ଥା ଠିକ୍ ହୋଇଥିଲା।

 

Comments are closed.