ଅକ୍ଟୋବରରେ ​‌ଦେଶର ସବୁ ନାଗରିକଙ୍କୁ କୋବିଡ଼-୧୯ ଟୀକା ଦେବ ରୁଷ

ମସ୍କୋ : ଅକ୍ଟୋବରରେ ଦେଶରେ ଗଣ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବ ରୁଷ । ଏଥିପାଇଁ ସମସ୍ତ ଯୋଜନା ହୋଇଛି ଏବଂ କରୋନା ମୁକାବିଲା ନିମନ୍ତେ ଦେଶର ସମସ୍ତ ନାଗରିକଙ୍କୁ କରୋନା ଟୀକା ଦିଆଯିବ ବୋଲି ରୁଷ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସକୋ କହିଛନ୍ତି ।

ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଗଣମାଧ୍ୟମକୁ ସ୍ବାସ୍ଥ୍ୟ ମନ୍ତ୍ରୀ  ମିଖାଇଲ ବ୍ୟବହାର ହେବାକୁଥିବା ଟୀକା ସମ୍ପର୍କରେ ବିସ୍ତୃତ ଭାବରେ କିଛି କହିବାକୁ ମନା କରି ଦେଇଛନ୍ତି । ତେବେ ଅଗଷ୍ଟ ଦ୍ବିତୀୟ ସପ୍ତାହ ସୁଦ୍ଧା ଏହି ଟିକା ଅନୁମୋଦନ ଲାଭ କରିବ । ପ୍ରଥମେ ଏହି ଟୀକା ସ୍ବାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାଙ୍କୁ ପ୍ରଦାନ କରାଯିବ । ଏହାପରେ ଶିକ୍ଷକମାନଙ୍କୁ ଟୀକାକରଣ କରାଯିବ ବୋଲି ମିଖାଇଲ୍ କହିଛନ୍ତି ।

Comments are closed.