ମାସୁଦ ଆଝାରକୁ ୧୮ସୁଦ୍ଧା ଗିରଫ ନିର୍ଦେଶ

ଲାହୋର : ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଚଳିତ ମାସ ୧୮ସୁଦ୍ଧା ଗିରଫ କରିବାକୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଶନିବାର ପଞ୍ଜାବ ପୁଲିସକୁ ନିର୍ଦେଶ ଦେଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ମାସୁଦ ଦୋଷୀ ସାବ୍ୟସ୍ତ ହେବା ପରେ ବିଚାରପତି ନତାଶା ନାସିମ ସୁପ୍ରା ୧୮ ସୁଦ୍ଧା ଅଦାଲତରେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ଆତଙ୍କବାଦୀ ଜାକିର ରେହମନ ଲାକ୍‌ଭିକୁ ୧୫ବର୍ଷ କାରାଦଣ୍ଡାଦେଶ ହୋଇଛି।

Comments are closed.