ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ, ସାନିଟାଇଜର

ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ହାତକୁ ବାରମ୍ବାର ସାନିଟାଇଜ କରିବାକୁ କୁହାଯାଇଛି। ଏହାକୁ ନେଇ କେନ୍ଦ୍ର ସରକାର ଉଭୟ ସାଗମ୍ରୀକୁ ଜୁଲାଇ ୧ ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି। ଉଭୟ ସାମଗ୍ରୀର ବହୁଳ ଉପଲବ୍ଧତାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ଏଗୁଡିକର ରପ୍ତାନିକୁ ଅନୁମତି ପ୍ରଦାନ କରିଥିବା କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ମାସ୍କ ଓ ସାନିଟାଇଜରର କଳାବଜାରୀ ରୋକିବା ଲାଗି ଏହାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାଭୁକ୍ତ କରିଥିଲେ।

Comments are closed.