ପୁଲିସ ଓ ପ୍ରଶାସନକୁ ମାକ୍ସ ବାଣ୍ଟିଲା ପିକକ ସଂଗଠନ

ପାଟଣା : ପାଟଣା ଓ ଘଟଗାଁ ଅଞ୍ଚଳରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ପିକକ ପକ୍ଷରୁ ଶୁକ୍ରବାର ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ମାକ୍ସ ପ୍ରଦାନ କରାଯାଇଛି। ସଙ୍ଗଠନର ସଂଯୋଜକ ଓ ସ୍ଵେଚ୍ଛାସେବୀମାନେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ମାକ୍ସ ପ୍ରଦାନ କରିଛନ୍ତି। ସଂଗଠନ ପକ୍ଷରୁ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ୨୦୦ଟି, ସିଡିପିଓ ତିଳୋତ୍ତମା ମହାପାତ୍ରଙ୍କୁ ୧୦୦ଟି, ଜିଲ୍ଲା ପ୍ରଶାସନକୁ ୨୦୦ଟି, ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଆଳଙ୍କୁ ୫୦ଟି, ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନାଙ୍କୁ ୫୦ଟି, ଘଟଗାଁ ବିଡିଓଙ୍କୁ ୨୦୦ଟି, ପାଟଣା ସିଡିପିଓଙ୍କୁ ୧୦୦ଟି, ଘଟଗାଁ ଥାନାକୁ ୫୦ଟି, ବଡ ଜାମୁପଶି ପଞ୍ଚାୟତକୁ ୫୦ଟି ମାକ୍ସ ପ୍ରଦାନ କରାଯାଇଛି। ପିକକ ପକ୍ଷରୁ ସତ୍ୟନାରାୟଣ ମହାନ୍ତ ଓ ଦ୍ରୌପଦୀ ବେଜ ଅଧିକାରୀ ମାନଙ୍କୁ ଏହି ମାକ୍ସ କିଟ ପ୍ରଦାନ କରିଥିଲେ ।

Comments are closed.