ଆଠଗଡ ବିକାଶ ମଞ୍ଚ ପକ୍ଷରୁ ତୁଣ୍ଡି ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଓରନ୍ଦା ଅନୁସୁଚିତ ଜାତି ସାହିରେ ଆଜି କରୋନା ସଚେତନତା ସହିତ ତୁଣ୍ଡି ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ସାହିର ପ୍ରତ୍ୟେକ ସଦସ୍ୟଙ୍କୁ ତୁଣ୍ଡି ପିନ୍ଧାଇବା ସହିତ କରୋନା ରୁ ନିଜକୁ ଦୂରେଇ ରଖିବା ପାଇଁ ସରକାରଙ୍କ ନୀତି ନିୟମକୁ ମାନି ଚଳିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ପୂର୍ବତନ ସରପଞ୍ଚ ମାଗୁଣୀ ଚରଣ ରାଉତ, ୱାର୍ଡମେମ୍ବର ସୁଧାକର ସ୍ୱାଇଁ, ଦିଲ୍ଲିପ କୁମାର ସ୍ୱାଇଁ, ବସନ୍ତ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Comments are closed.