ଗାଁ ଗାଁ ବୁଲି ତୁଣ୍ଡି ବାଣ୍ଟୁଛି କଂଗ୍ରେସ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ମଣ୍ଡଳରେ ବ୍ଲକ କଂଗ୍ରେସ ପକ୍ଷରୁ ଗାଁ ଗାଁରେ ବୁଲି ନେତାମାନେ ତୁଣ୍ଡି ବଣ୍ଟନ କରୁଥିବା ଦେଖାଯାଇଛି। ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକ, ଢେଙ୍କିକୋଟ ମଣ୍ଡଳ ପୂର୍ବତନ ସଭାପତି ରାମଚନ୍ଦ୍ର ସାହୁ ଓ ଯୁବ ନେତା ରୁଦ୍ର ନାରାୟଣ ସିଂ ପ୍ରମୁଖ ଭୋଳବେଡା, ପିପିଳିଆ ଓ ସରାସପଶି ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମରେ ବୁଲି ବୁଲି ୧୫ ଶହ ତୁଣ୍ଡି ଓ ବିଶୋଧକ ବଣ୍ଟନ କରିଥିବା ଦେଖାଯାଇଛି।

Comments are closed.