ହେଲ୍ପିଙ୍ଗ ହ୍ୟାଣ୍ଡ ପକ୍ଷରୁ ମାସ୍କ ବଣ୍ଟନ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଗଡମଧୁପୁର ପଂଚାୟତ ଅନ୍ତର୍ଗତ ଭୁବନପୁର ଠାରେ ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ହେଲ୍ପିଙ୍ଗ ହ୍ୟାଣ୍ଡ ପକ୍ଷରୁ କରୋନା ସଚେତନାତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜକୁ ଦୀର୍ଘ ୪ମାସ ଧରି କରୋନା ଲଢେଇରେ ସାମିଲ ହୋଇ ନିଜର ପରାକାଷ୍ଠା ଦେଖାଇଥିବା ଏହି ଅନୁଷ୍ଠାନର କର୍ମକର୍ତ୍ତାମାନେ ଆସି ଭୁବନପୁର ଗାଁରେ ଘରକୁ ଘର ବୁଲି ମୁହଁରେ ମାସ୍କ ନଥିବା ଲୋକମାନଙ୍କୁ ମାସ୍କର ବ୍ୟବହାର ସମ୍ବନ୍ଧରେ ସୂଚନା ଦେବା ସହିତ ପ୍ରତି ପରିବାର ପିଛା ଦୁଇରୁ ତିନୋଟି କରି ମାସ୍କ ବଣ୍ଟନ କରିଥିଲେ।

ଅନୁଷ୍ଠାନର ଅଭିମନ୍ୟୁ ନାୟକ, ସତ୍ୟରଂଜନ ସାହୁ, ଦୀପକ ଜେନା, ଗୋପାଳ ଦାସ, ଅନୁପ ଦାସ, ଉମେଶ ସାହୁ, ଚନ୍ଦନ ମଲିକ ପ୍ରମୁଖ ମାସ୍କ ବଣ୍ଟନ କରି ସେଠାରୁ ଚଣା, ବାଦାମ, କଞ୍ଚା ଶୋଲା ପ୍ରଭୃତି ନେଇ ମହାବିନାୟକ ପୀଠରେ ରହୁଥିବା ପାତିମାଙ୍କଡ ମାନଙ୍କୁ ଖାଇବାକୁ ଦେଇଥିଲେ।

Comments are closed.