ମାକ୍ସ ଚେକିଂ ବେଳେ ଆରଡି ଫାଣ୍ଡିରେ ଲଙ୍କାକାଣ୍ଡ : ପୁଲିସଙ୍କୁ ମାଡମାରି ୨ ଗିରଫ

ଚିରିଦେଲେ ରସିଦ ବହି

ଆରଡି : ଗତକିଛିଦିନ ହେବ ମହାମାରୀ କରୋନା ପୁଣି ତାର କାୟା ବିସ୍ତାର କରିବା ଫଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ମାଧ୍ୟମରେ ସଚେତନତା ଜାରି ରହିଛି। ଏପରିକି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟା କରିବା ପାଇଁ ନିୟମ ଜାରି କରାଯାଇଛି। ବିଶେଷକରି ପର୍ଯ୍ୟଟନସ୍ଥଳକୁ ଆସୁଥିବା ବାହାର ଯାତ୍ରୀଙ୍କୁ ସଚେତନତା କରାଯିବା ସହ ମାକ୍ସ ପିନ୍ଧିବା ପାଇଁ କଡା ନିୟମ ଜାରି କରାଯାଇଛି ପ୍ରଶାସନ ପକ୍ଷରୁ।

ଶନିବାର ଆରଡିପୀଠର ପୁଲିସ ଫାଣ୍ଡି ନିକଟରେ ମାକ୍ସ ଚେକିଂ ଚାଲିଥିବା ବେଳେ ୨ଜଣ ଯୁବକ ଏକ ବାଇକ ଯୋଗେ ଆରଡିପୀଠକୁ ଆସୁଥିବା ସମୟରେ ମାକ୍ସ ପିନ୍ଧି ନଥିବାରୁ ପୁଲିସ ଉଭୟଙ୍କୁ ଅଟକାଇଥିଲା। ହେଲେ ଯୁବକ ୨ଜଣ ପୁଲିସର କଥା ନଶୁଣି ପ୍ରଥମେ ଯୁକ୍ତତର୍କ କରିବା ସହ ଫାଣ୍ଡିରେ ପଶି ଏ.ଏସଆଇଙ୍କ ସମେତ ୩ଜଣ ଷ୍ଟାଫଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିଲେ। ପୁଲିସ ପ୍ରସ୍ତୁତ ନଥିବା ବେଳେ ବହୁ ସମୟ ପରେ ୨ଜଣ ଯୁବକଙ୍କୁ କାବୁ କରିଥିଲା। ଏହି ୨ଜଣ ଯୁବକ ହେଲେ ଯାଜପୁର ଜିଲା ମଙ୍ଗଳପୁର ଥାନା ଅରଦାଳୁଆ ଗାଁର ପ୍ରୟରଞନ ମଇକାପ(୨୫), ଶୁଭରଞନ ମଇକାପ(୨୩) ବୋଲି ଜଣା ପଡ଼ିଛି। ପରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞୁର ହେବାରୁ ୨ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଆରଡି ପାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପ୍ରକାଶ କରିଛନ୍ତି। ଏହି ୨ଯୁବକଙ୍କ ଆର୍କମଣରେ ଫାଣ୍ଡିର ହାବିଲିଦାରଙ୍କ ସହ ୩ଜଣ ସାମନ୍ୟ ଆହାତ ହୋଇଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Comments are closed.