ଜିଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ କରୋନା ସଚେତନତା

ବଲାଙ୍ଗିର : ଜିଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବଲାଙ୍ଗିର ସଦର ବ୍ଲକ  କୁଟୁମଡୋଲା ପଂଚାୟତ ଅନ୍ତର୍ଗତ ଦୁଆନପାଲି ଗାଁରେ ଜିଲା ଶିକ୍ଷାଅଧିକାରୀ ଧୃବ ଚରଣ ବେହେରାଙ୍କ ପ୍ରେରଣାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀମାନଙ୍କୁ ସଚେତନ କରିବା ସହ ମାସ୍କ, ସାବୁନ, ବିସ୍କୁଟ, ସାମ୍ଫୁ, କଲମ ଆଦି ବଣ୍ଟନ କରାଯାଇଥିଲା। ଏହା ସହ ବାହାରକୁ ବାହାରିବାକୁ ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ, ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଜିଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ, ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ନେପାଳ ଚନ୍ଦ୍ର ବାଗ ପ୍ରମୁଖ ଯୋଗଦେଇ ସାମାଜିକ ଦୂରତ୍ୱର ଅନୁପାଳନ ପୂର୍ବକ କରୋନାର ମୁକାବିଲା କରିବା ପାଇଁ ସଚେତନ କରେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ରଂଜିତ ମିଶ୍ର ପରି·ଳନା କରିଥିବା ବେଳେ ଶିକ୍ଷକ ରବିନ୍ଦ୍ର ଖଟୁଆଲ ଧନ୍ୟବାଦ ଦେଇ ଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସ୍ୱେଚ୍ଛାସେବୀ ପ୍ରଫୁଲ୍ଲ ପାଣ୍ଡିଆ, ଭରତ ପାଣ୍ଡିଆ ଓ ଗୋପାଲ ପାଣ୍ଡିଆ।

Comments are closed.