ମସଲା ପୁରୀ

ଅଟା – ୧କପ
ବୁଟ ଡ଼ାଲି – ୧କପ ରୁ କମ
ଜିରା – ୧ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବୁଟ ଡ଼ାଲିକୁ ଧୋଇ କିଛି ସମୟ ବତୁରାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ସାମାନ୍ୟ ପାଣି ଓ ଲୁଣ ପକାଇ ଏହାକୁ ସିଝାଇ ଦିଅନ୍ତୁ। ସିଝିବା ପରେ ବୁଟଡ଼ାଲିକୁ ଏକ ପାତ୍ରକୁ କାଢି ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଟା ଜିରା, ସିଝା ବୁଟ ଡ଼ାଲି, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଧନିଆ ପତ୍ରକୁ ପକାଇ ଭଲ ଭାବେ ଭାଜନ୍ତୁ। ଏବେ ଅଟାକୁ ଭଲ ଭାବେ ଚକଟି ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ସେହି ଗୁଳାରୁ ଛୋଟ ଆକୃତିର ବେଲି ତା’ ମଧ୍ୟରେ ଭାଜିଥିବା ବୁଟ ଡ଼ାଲିକୁ ଭରନ୍ତୁ। ଏବେ ପୁରୀ ଆକୃତିର ବେଲି ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ପୁରୀକୁ ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ପୁରୀ ।

Comments are closed.