ମସଲା ମାଛ

ଆବଶ୍ୟକ ସାମଗ୍ରୀ
ମାଛ – ୪୦୦ ଗ୍ରାମ
ପିଆଜ – ୩୦୦ ଗ୍ରାମ
ଟମାଟୋ – ୨୦୦ ଗ୍ରାମ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଟା ଜିରା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା, ପିଆଜ, ଟମାଟୋ ପକାଇ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ , ଧନିଆ ଗୁଣ୍ଡ, ପକାଇ ଗୋଳାନ୍ତୁ। ଏବେ ଏଥିରେ ମାଛ ପକାଇ ଅଳ୍ପ ପାଣି ଦେଇ ଗ୍ୟାସରେ ୧୦ ରୁ ୧୫ ମିନିଟ ଫୁଟାନ୍ତୁ। ୧୫ ମିନିଟ ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା  ମାଛ।

Comments are closed.