ମସଲା ବ୍ରେଡ଼

ଆବଶ୍ୟକ ସାମଗ୍ରୀ
ପାଉଁରୁଟି ଖଣ୍ଡ – ୪ଟି
ଜିରା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ରସୁଣ ବଟା – ୨ ଚାମଚ
ପିଆଜ – ୨ଟି
କଟା ସିମଲା ଲଙ୍କା – ଅଳ୍ପ
ବଟର – ଆବଶ୍ୟକ ପରିମାଣରେ
କଟା ଟମାଟୋ – ୧ଟି
ନୁଡ଼ୁଲ୍ସ ମସଲା – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ଲେମ୍ବୁ ରସ – ୧ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ବଟର ପକାନ୍ତୁ। ଏହାପରେ ଏଥିରେ ଜିରା, ପିଆଜ ପକାଇ ଭାଜନ୍ତୁ। କିଛି ସମୟ ଭାଜି ହୋଇଗଲେ ଏଥିରେ ରସୁଣ ବଟା, ସିମଲା ଲଙ୍କା, ଟମାଟୋ, ଲଙ୍କା ଗୁଣ୍ଡ, ନୁଡୁଲ୍ସ ମସଲା , ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଏଥିରେ ପାଉଁରୁଟି ଖଣ୍ଡ, ଲେମ୍ବୁରସ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢି ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ବ୍ରେଡ଼।

Comments are closed.