ମସାବା ଗୁପ୍ତାଙ୍କ ବିବାହ ବିଚ୍ଛେଦ

0

ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା କୌଣସି ବଲିଉଡ ସେଲିବ୍ରିଟିଙ୍କଠାରୁ କମ୍ ପରିଚିତ ନୁହେଁ। କେବଳ ଭାରତ ନୁହେଁ, ବରଂ ଅନ୍ତର୍ଜାତୀୟସ୍ତରରେ ମସାବା ଜଣେ ଆଗଧାଡ଼ିର ଫେସନ୍ ଡିଜାଇନର। ୨୦୧୫ରେ ମସାବା ଚଳଚ୍ଚିତ୍ର ନିର୍ମାତା ମଧୁ ମଣ୍ଟେନାଙ୍କୁ ବିବାହ କରିଥିଲେ। ତେବେ ଦୁହିଁଙ୍କ ବୈବାହିକ ଜୀବନରେ ଖୁବ୍ ଶୀଘ୍ର ପୂର୍ଣ୍ଣ​‌େ​‌ଚ୍ଛଦ ପଡ଼ିବାକୁ ଯାଉଛି। ଏକଥା ମସାବା ନିଜେ ଇନଷ୍ଟାଗ୍ରାମ୍ ଜରିଆରେ ପ୍ରଶଂସକ ଓ ଜ୍ଞାତିପରିଜନଙ୍କୁ ଅବଗତ କରାଇଛନ୍ତି। ଝିଅର ଏଇ ପଦକ୍ଷେପରେ ନୀନା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଯେତେ ପ୍ରକାରେ ବୁଝାଇଲେ ମଧ୍ୟ ମସାବା ଓ ମଧୁ କାହା କଥା ଶୁଣୁନାହାନ୍ତି। ମସାବାଙ୍କ କହିବାର କଥା ହେଲା, ମଧୁ ମହିଳାଙ୍କୁ ସମ୍ମାନ ଦେବା ଜାଣନ୍ତି ନାହିଁ। ଏଣୁ ପାଖରେ ରହି ପରସ୍ପରର ଅସମ୍ମାନ କରିବା ଅପେକ୍ଷା ଦୁହେଁ ଅଲଗା ହୋଇଯିବା ଉତ୍ତମ ବୋଲି ସେ କହିଛନ୍ତି। ଅନ୍ୟପାଖେ ନିର୍ମାତା ମଧୁ ଏ ସଂକ୍ରାନ୍ତରେ କିଛି କହିବାକୁ ଚାହୁଁନାହାନ୍ତି।

Leave A Reply