ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିୟନ୍‍ସିପରେ ଭାରତର ଯମୁନା ବୋରୋ ଓ ମଞ୍ଜୁ ରାଣୀ

ନୂଆଦିଲ୍ଲୀ: ରୁଷ୍‍ର ଉଲାନ୍‍-ଉଦେରେ ଖେଳାଯାଉଥିବା ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିୟନ୍‍ସିପରେ ଭାରତର ଯମୁନା ବୋରୋ ଓ ମଞ୍ଜୁ ରାଣୀ ସେମିଫାଇନାଲ୍‍କୁ ଉନ୍ନୀତ ହୋଇଛନ୍ତି। ମଞ୍ଜୁରାଣୀ ୪୮ କିଲୋଗ୍ରାମ୍‍ ଶ୍ରେଣୀରେ କିମ୍‍ ହ୍ୟାଙ୍ଗ୍‍ ମି ଙ୍କୁ ହରାଇ ସେମିଫାଇନାଲ୍‍କୁ ଉଠିଛନ୍ତି। ସେହିଭଳି ଯମୁନା ବୋରୋ ୫୪ କିଲୋଗ୍ରାମ୍‍ ଶ୍ରେଣୀରେ ଉର୍ସୁଲା ଗୋଟ୍‍ଲୋବ୍‍ଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସେମିଫାଇନାଲ୍‍କୁ ଉନ୍ନୀତ ହୋଇଥିବା ମାରିକମ୍‍ ୫୧ କିଲୋଗ୍ରାମ ଶ୍ରେଣୀରେ କଲମ୍ବିଆର ଇଙ୍ଗ୍ରିତ୍‍ ଭାଲେନ୍‍ସିଆଙ୍କୁ ୫-୦ରେ ପରାସ୍ତ କରିଥିବା ବେଳେ ସେ ଟର୍କିର ବୁସେନାଜ୍‍ କାକିରୋଗ୍‍ଲୁଙ୍କୁ ଶନିବାର ଦିନ ସେମିଫାଇନାଲରେ ଭେଟିବେ। ମହିଳା ୮୧ କିଲୋଗ୍ରାମ୍‍ ବର୍ଗରେ କବିତା ବେଲାରୁସ୍‍ର କାତ୍‍ସିଆରିନା କାବାଲେବାଙ୍କଠାରୁ ୧-୪ରେ ହାରିଯାଇଛନ୍ତି।

Comments are closed.