ବିଶ୍ୱ ମହିଳା ବକ୍ସିଂ: ଫାଇନାଲରେ ମେରି କମ୍‍

0

ନୂଆଦିଲ୍ଲୀ : ଭାରତର ମେରି କମ୍‍ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚମ୍ପିଆନସିପ୍‍ରେ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ଅନ୍ୟତମ ବକ୍ସର ଲଭ୍‍ଲିନାଙ୍କୁ ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଗୁରୁବାର ମହିଳା ୪୮ କିଗ୍ରା ବର୍ଗ ସେମିଫାଇନାଲରେ ପାଞ୍ଚଥର ବିଶ୍ୱ ଚମ୍ପିଆନ ମେରି କମ୍‍ ୫-୦ ପଏଣ୍ଟରେ ଉତ୍ତର କୋରିଆର କିମ୍‍ ହ୍ୟାଙ୍ଗ୍‍ ମିଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ମେରି ୟୁକ୍ରେନର ହାନା ଓଖୋତାଙ୍କୁ ଭେଟିବେ। ଫାଇନାଲକୁ ଉନ୍ନୀତ ହେବା ଅବସରରେ ମେରି ଅତିକମରେ ରୌପ୍ୟପଦକ ଜିତିବା ନିଶ୍ଚିତ କରିଛନ୍ତି। ଅପରପକ୍ଷରେ ମହିଳା ୬୯ କିଗ୍ରା ବର୍ଗ ସେମିଫାଇନାଲରେ ପରାସ୍ତ ହେବାପରେ ଲଭ୍‍ଲିନାଙ୍କୁ ବ୍ରୋଞ୍ଜପଦକ ମିଳିଛି। ଗୁରୁବାର ମୁକାବିଲାରେ ଚାଇନିଜ୍‍ ତାଇପେର ଚେନ୍‍ ନିଏନ୍‍-ଚିନ୍‍ ୪-୦ ପଏଣ୍ଟରେ ଲଭ୍‍ଲିନାଙ୍କୁ ପରାସ୍ତ କରିଛନ୍ତି।

Leave A Reply