ମହିଳା ବିଶ୍ୱ ଚାମ୍ପିୟନ୍‍ସିପରେ ମାରିକମ୍‍

ନୂଆଦିଲ୍ଲୀ: ୬ ଥର ଚାମ୍ପିୟନ୍‍ ହୋଇଥିବା ଏମ୍‍.ସି. ମାରିକମ୍‍ ମହିଳା ବିଶ୍ୱ ଚାମ୍ପିୟନ୍‍ସିପ୍‍ ଇତିହାସରେ ସବୁଠୁ ସଫଳତମ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ଭାବେ ରୁଷ୍‍ର ଉଲାନ୍‍-ଉଦେରେ ଚାଲିଥିବା ଚାମ୍ପିୟନ୍‍ସିପ୍‍ର ସେମିଫାଇନାଲରେ ପ୍ରବେଶ କରିବା ସହ ଅଷ୍ଟମ ପଦକ ହାସଲ କରିଛନ୍ତି। ମାରିକମ୍‍ କଲମ୍ବିଆର ଭାଲେନ୍‍ସିଆ ଭିକ୍ଟୋରିଆଙ୍କୁ ୫୧ କିଲୋଗ୍ରାମ୍‍ ଣ୍ରେଶୀରେ ପରାସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ ପ୍ରବେଶ କରି ସେ ୬ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିସାରିଛନ୍ତି। କିନ୍ତୁ ଏଥରକ ପ୍ରଥମ ଥରପାଇଁ ସେ ୫୧ କିଲୋଗ୍ରାମ୍‍ ଶ୍ରେଣୀରେ ଏକକ ବିଶ୍ୱ ପଦକ ବିଜୟୀ ହୋଇଛନ୍ତି।

୬ ଥର ବିଶ୍ୱ ଟାଇଟିଲ୍‍ ବିଜୟୀ ହେବା ସହିତ ମାରିକମ୍‍ ୨୦୧୨ ଅଲମ୍ପିକସରେ ବ୍ରୋଞ୍ଜ୍‍ ପଦକ ବିଜୟୀ ହୋଇଥିଲେ। ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ୱର୍ଣ୍ଣପଦକ ବିଜୟୀ ହୋଇସାରିଛନ୍ତି। ସେ ୫ ଥର ଏସୀୟ ଟାଇଟଲ୍‍ ହାସଲ କରିଛନ୍ତି। ଏହା ବ୍ୟତୀତ ଆନ୍ତର୍ଜାତିକ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି।

Comments are closed.