ମାରୁତି ସୁଜକି ସୁଇପ୍ଟ ଚଳିତ ବର୍ଷର ଇଣ୍ଡିଆନ କାର ଅପ ଦ ଇଅର

0

ନୂଆଦିଲ୍ଲୀ : ମାରୁତି ସୁଜକି ସୁଇପ୍ଟ ପ୍ରତିଷ୍ଠିତ ଇଣ୍ଡିଆନ କାର ଅଫ ଦ ଇଅର(ଆଇସିଓଟିୱାଇ)୨୦୧୯ ପୁରସ୍କାର ହାସଲ କରିଛି। ଏହି କାରକୁ ଫେବ୍ରୁଆରୀରେ ଭାରତୀୟ ବଜାରରେ ପ୍ରବେଶ କରାଯାଇଥିଲା। ସୁଇପ୍ଟର ଏହି ନୂଆ ମଡେଲ କାର କମ୍ପାନୀର ପୁରୁଣା ମଡେଲ କାର ଅନୁସାରେ ବଜାରରେ ଭଲ ବ୍ୟବସାୟ କରିଛି। ଭାରତୀୟ ଅଟୋମୋବାଇଲ ବଜାରରେ ମାରୁତି ସୁଜକି ସୁଇପ୍ଟ ଭଲ ବ୍ୟବସାୟ କରିଛି।
ସେହିପରି ରୟାଲ ଏନଫିଲ୍ଡ ଇଣ୍ଟରସ୍ପେକ୍ଟର ୬୫୦କୁ ମଧ୍ୟ ଇଣ୍ଡିଆନ ମୋଟରସାଇକେଲ ଅଫ ଦ ଇୟର ପୁରସ୍କାର ମିଳିଛି। ଇନସ୍ପେକ୍ଟର ୬୫୦ ବଜାରରେ ଅନ୍ୟ ୧୨ ବାଇକ ସହ ପ୍ରତିଯୋଗିତା କରିଛି।
ସୂଚନା ଅନୁସାରେ ୨୦୧୮ ଇଣ୍ଡିଆନ ମୋଟରସାଇକେଲ ଅଫ ଦ ଇଅର ହୁଣ୍ଡାଇ ‘ଭରନା’ ଜିତିଥିଲା। ଚଳିତ ବର୍ଷ ମାରୁତି ସୁଜକି ସୁଇପ୍ଟର ମୂଲ୍ୟମାନ ୪.୯୯ ଲକ୍ଷ୍ୟ ଟଙ୍କା ରହିଛି। ଏହାବ୍ୟତୀତ ଏହି କାରରେ ୧.୨ଲିଟର ପେଟ୍ରୋଲ ଓ ୧.୩ ଲିଟର ଡିଜେଲ ଇଞ୍ଜିନ ରହିଛି। ମାରୁତି ସୁଜକି ସୁଇପ୍ଟର ଏହି ବିଜୟକୁ ନେଇ କମ୍ପାନୀ ଭବିଷ୍ୟତରେ ଭଲ ବ୍ୟବସାୟ କରୁଥିବା ଜଣାପଡିଛି।

Leave A Reply