ଆସିଲା ମାରୁତି ସୁଜ୍‍କି ୱାଗନ-ଆରର ନୂଆ ଏଡିସନ୍‍

0

ନୂଆଦିଲ୍ଲୀ : ଭାରତର ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜକି ନିଜର ମେଡେଲ ୱାଗନ ଆରର ନୂଆ ଏଡିସନ ବଜାର ପ୍ରବେଶ କରାଇଛି। ପୂଜାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ଲଞ୍ଚ କରିଥିବା କହିଛି। ଏହି କାରରେ ପୂର୍ବ କାର ତୂଳନାରେ ଅତ୍ୟାଧୁନିକ ସୁବିଧା ଦିଆଯାଇଛି। କାରର ବାହାର ଭାଗ ସହ କାରର ଭିତର ଭାଗରେ ମଧ୍ୟ ନୂଆ ସୁବିଧା ରହିଥିବା ଦେଖିବାକୁ ମିଳିଛି। ଷ୍ଟାଇଲିଂ କିଟ୍‍, ସ୍ପିକର ସହ ଡବଲ ଡିନ ବ୍ଲୁଟୁଥ ଓ ପଛୁଆ ପାର୍କିଂ ପାଇଁ ସେନସର ଆଦି ସୁବିଧା ରହିଛି। ଏହାବ୍ୟତୀତ କାରରେ ଷ୍ଟାଇଲିସ ସିଟ କଭର, ସେଣ୍ଟର କଂସାଲ, ପ୍ରିମିୟମ କୁସନ ସେଟ, ବଡି ଗ୍ରାଫିକ୍ସ ଓ ରିଅର ସପ୍ଲାୟର ମଧ୍ୟ ରହିଛି। କାରର ଇଞ୍ଜିନ କଥା କହିବାକୁ ଗଲେ ଏଥିରେ ୯୯୮ ସିସି ଇଞ୍ଜିନ, ସହ ଏଏମଟି ଗିୟରବକ୍ସ ରହିଛି। ଏହି କାରର ଲିମିଟେଡ ଏଡିସନ ୧୫,୪୯୦ ଟଙ୍କା ଓ ୨୫,୪୯୦ଟଙ୍କା ଦୁଇ ଏକ୍ସସିରିଜ କିଟ ମଧ୍ୟ ରହିଛି। ମାରୁତି ୱାଗନ ଆରରେ ଏଲଏକ୍ସଆଇ, ଭିଏକ୍ସଆଇ ଓ ଭିଏକ୍ସଆଇପ୍ଲସ ରେ ବଜାରରେ ଉପଲବ୍ଧ ରହିଛି। ସେହିପରି ଏହାର ମୂଲ୍ୟ ୪.୧୯ଲକ୍ଷ ଟଙ୍କା, ୪.୪୫ଲକ୍ଷ ଟଙ୍କା, ୪.୭୩ଲକ୍ଷ ଟଙ୍କା ରହିଛି।

Comments
Loading...