ମାରୁତି ଆଣିଲା ବିଏସ-୬ ଅନୁପାଳନକାରୀ ଇଗ୍‍ନିସ

ମୁମ୍ବଇ : ଦେଶର ସର୍ବବୃହତ କାର୍‍ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ମଙ୍ଗଳବାର ଦିନ ବିଏସ୍‍-୬ ସର୍ତ୍ତ ଅନୁପାଳନ କରୁଥିବା ଏହାର ପ୍ରିମିୟମ କମ୍ପାକ୍ଟ କାର୍‍ ଇଗ୍‍ନିସର ବଜାର ପ୍ରବେଶ କରାଇଛି। ଏହାର ଏକ୍ସ ସୋ ରୁମ୍‍ ମୂଲ୍ୟ ଦିଲ୍ଲୀରେ ୪.୮୯ରୁ ୭.୧୯ ଲକ୍ଷ ଟଙ୍କା ରଖାଯାଇଛି। ନୂଆ ଇଗ୍‍ନିସରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ ଖଞ୍ଜାଯାଇଛି ଏବଂ ଏହା ମାନୁଆଲ ଓ ଅଟୋ ଗିୟର ସିଫ୍ଟ ଟ୍ରାନ୍‍ସମିଶନ ଶ୍ରେଣୀରେ ଉପଲବ୍ଧ ହେଉଛି। ଏହାର ଡିଜାଇନ ଏସୟୁଭି ଭଳି କରାଯାଇଥିବାବେଳେ ସିଟିଂ ପୋଜିସନକୁ ଉଚ୍ଚରେ ରଖାଯାଇଛି ଏବଂ କାର୍‍ରେ ଅନେକ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି।

Comments
Loading...