ମାରୁତି ଆଲ୍ଟୋର ନୂଆ ରେକର୍ଡ

ନୂଆଦିଲ୍ଲୀ : ଭାରତରେ ବସବାସ କରୁଥିବା ମଧ୍ୟବିତ୍ତ ପରିବାରର ଲୋକଙ୍କ ପ୍ରିୟ କାର ମାରୁତି ଆଲ୍ଟୋ ବଜାରରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଦେଶର ବୃହତ୍ତମ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (MSIL) କହିଛି ଯେ, ଆଲ୍ଟୋ ବିକ୍ରି ୪୦ ଲକ୍ଷ ୟୁନିଟ୍ ଅତିକ୍ରମ କରିଛି।

କମ୍ପାନୀ ପକ୍ଷରୁ ଗୁରୁବାର ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି କାର ସେପ୍ଟେମ୍ବର ୨୦୦୦ରେ ଭାରତୀୟ ବଜାରରେ ପ୍ରବେଶ କରିଥିଲା। କମ୍ପାନୀ କହିଛି ଯେ, ଗତ ୧୬ ବର୍ଷ ଧରି ଏହା ଭାରତରେ ସର୍ବାଧିକ ବିକ୍ରି ହୋଇଥିବା କାର। ମାରୁତି ଆଲ୍ଟୋ ବିକ୍ରି ୪୦ ଲକ୍ଷ ୟୁନିଟ୍ ଅତିକ୍ରମ କରିବା ଆମ ପାଇଁ ଏକ ଗର୍ବର କଥା​‌ ବୋଲି ମାରୁତି ସୁଜୁକିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀର ଆଲ୍ଟୋ କାରର ଶୋ’ରୁମ୍ ମୂଲ୍ୟ ୨.୯୫ ଲକ୍ଷରୁ ୪.୩୬ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

Comments are closed.