ମାର୍ଶାଘାଇ ଥାନା ଗୋଖାପଡ଼ା ଶିଶୁ ବଳି ମାମଲା; ଦୁଇ ଅପରାଧିଙ୍କୁ ଆଜୀବନ କାରାଦଣ୍ଡ

ମାର୍ଶାଘାଇ : ମାର୍ଶାଘାଇ ଥାନା ଗୋଖାପଡ଼ା ତନ୍ତ୍ରସାଧନା ପାଇଁ ଶିଶୁହତ୍ୟା ମାମଲାର ବିଚାର କରି ଗୁରୁବାର କେନ୍ଦ୍ରପଡ଼ା ଜିଲାଜଜ୍‍ କୋର୍ଟ ଚୁଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଶିଶୁ ହତ୍ୟାର ୫ବର୍ଷ ପରେ ବିଚାର କରି ମାନ୍ୟବର ଜିଲାଜଜ୍‍ ବାସୁଦେବ ପଣ୍ଡା ୮ବର୍ଷର ଶିଶୁପୁତ୍ର ରାଜେଶ ପରିବାରକୁ ନ୍ୟାୟ ପ୍ରଦାନ କରିଛନ୍ତି ।ମାର୍ଶାଘାଇ ଥାନା କେସ ନଂ ୮୭/୧୫ ମାମଲା ୩୦୨ଦଫା ବିଚାକରି ମୁଖ୍ୟ ଅପରାଧି ଚୌଧୁରୀ ଅଭିନାସ ଦାସ(୪୮) ଓ ବୈକୁଣ୍ଠ ଦାସ(୪୫)କୁ ଶଶ୍ରମ ଆଜୀବନ କରାଦଣ୍ଡ ଶୁଣାଇଛନ୍ତି ।

ତନ୍ତ୍ର ସାଧାନା ପାଇଁ ୩ୟ ଶ୍ରେଣୀରେ ପାଠପଢୁଥିବା ବାଳକ ପ୍ରତାପ ନାୟକଙ୍କ ଏକ ମାତ୍ର ପୁତ୍ର ରାଜେଶ ନାୟକ(୮)ଙ୍କୁ ଗତ ୨୦୧୫ମସିହା ୧୪ତାରିଖ ସନ୍ଧ୍ୟାରୁ ଅପହରଣ କରାଯାଇ ସେହି ରାତିରେ ଗଳାକାଟି ହତ୍ୟା କରାଯାଇଥିଲା ।

Comments are closed.