ଘରୁ ଝୁଲନ୍ତା ଅବସ୍ଥାରେ ବିବାହିତ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ରାୟଗଡା : ଗୁଣୁପୁର ବ୍ଳକ ଲିମାମେଡା ଗ୍ରାମରୁ ଜଣେ ବିବାହିତ ଯୁବତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ଗୁଣୁପୁର ପୁଲିସ । ମୃତ ମହିଳା ଜଣକ ହେଉଛନ୍ତି ରମାନଗୁଡା ଅଞ୍ଚଳର ମଞ୍ଜୁ ହାରକା । ସୂଚନା ଅନୁଯାୟୀ ମଞ୍ଜୁଙ୍କ ସ୍ୱାମୀ ସନ୍ତୋଷ ବେହେରା ଜଣେ ଗାଡ଼ିଚାଳକ ହୋଇଥିବା ବେଳେ, ସେ ଲିମାମେଡା ଗ୍ରାମର ଏକ ଘରୋଇ ଗାଡ଼ିରେ ଡ୍ରାଇଭର ଭାବେ କାର୍ୟ୍ୟ କରୁଥିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଲିମାମେଡା ଗ୍ରାମରେ ଭଡାଘରେ ରହୁଥିଲେ । ଗତକାଲି ରାତିରେ ସନ୍ତୋଷ କାମ ସାରି ଘରକୁ ଫେରି ଦେଖିବା ବେଳକୁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଜଣାଇଥିଲେ । ପୋଲିସ  ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ପରିବାର ଲୋକଙ୍କ ଏତଲା ଆଧାରରେ ତଦନ୍ତ ଜାରୀ ରଖିଛନ୍ତି । ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ବେହେରାଙ୍କୁ ଅଟକରଖି ପଚରାଉଚରା ଜାରି ରହିଛି ।

Comments are closed.