ବିବାହିତ ମହିଳାଙ୍କ ଆତ୍ମହତ୍ୟା, ସ୍ବାମୀ ଥାନାରେ ଅଟକ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଲକ୍ଷ୍ମୀ ନୃସିଂହ ସାହିରେ ଭଡ଼ାରେ ନିଜ ପରିବାର ସହ ରହୁଥିବା ଜଣେ ବିବାହିତ ମହିଳା ମଙ୍ଗଳବାର ରାତିରେ ନିଜ ଘରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ସୁଜାତା ସେଠୀ(୩୮) ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅଭିଯୋଗ କ୍ରମେ ଜରଡା ଥାନା ଅନ୍ତର୍ଗତ ରାଛପୁର ଗ୍ରାମର ସୁଜାତା ସେଠୀ କନିଷିର ସୁଧାକର ସେଠୀଙ୍କୁ ଗତ ୧୪ ବର୍ଷ ତଳେ ବିବାହ କରିଥିଲେ। ଗତ ଚାରିବର୍ଷ ହେବ ସୁଧାକର ନିଜ ପରିବାର ସହ ଲକ୍ଷ୍ମୀ ନୃସିଂହ ସାହିରେ ଭଡ଼ାରେ ରହିଆସୁଥିଲେ। ମଙ୍ଗଳବାର ସଂଧ୍ୟାରେ ସ୍ବାମୀଙ୍କ ଅନୁପସ୍ଥିତିରେ ସୁଜାତା ଆତ୍ମହତ୍ୟା କରିଥିବା ଜଣାପଡିଛି। ଏନେଇ ସୁଜାତାଙ୍କ ଭାଇ ଚୈତନ୍ୟ ସେଠୀ ଆଜି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ଜ୍ବାଇଁ ସୁଧାକରଙ୍କ ଅନ୍ୟ ଏକ ଝିଅ ସହ ସଂପର୍କ ରଖିବା ନେଇ ସୁଜାତା ବିରୋଧ କରିବାରୁ ସୁଧାକର ଏହା ନେଇ ସୁଜାତାଙ୍କୁ ମାରଧର କରିବା ସହ ନିର୍ୟାତନା ଦେଇ ଆସୁଥିଲେ। ଏଣୁ ତାଙ୍କ ଭଉଣୀ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ଗୋଳନ୍ଥରା ପୁଲିସ ପକ୍ଷରୁ କେସ ନଂ୨୧୦/୨୦ ଧାରା ୩୦୬,୪୯୮(ଏ) ରେ ମାମଲା ରୁଜୁ କରିବା ସହ ସୁଧାକରକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

Comments are closed.