ବିବାହରେ ବିଳମ୍ବ ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି?

ହିନ୍ଦୁ ମାନ୍ୟତା ଅନୁସାରେ ଶ୍ରାବଣ ମାସର ସେମାବାର ଦିନ ଶିବଲିଙ୍ଗ ପୂଜା କରିବା ଦ୍ବାରା ବିଶେଷ ଲାଭ ମିଳିଥାଏ । କୁମାରୀ ଝିଅମାନେ ମନମୁତାବକ ବର ପ୍ରାପ୍ତି ପାଇଁ ଶ୍ରାବଣ ମାସର ସୋମବାର ବ୍ରତ ରଖିବା ଉଚିତ୍। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଶ୍ରାବଣ ମାସରେ କ୍ଷୀର, ଦହି, ଘିଅ, ମହୁ ଏବଂ ପଞ୍ଚାମୃତରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ ।

‘ଓଁ ପାର୍ବତୀ ପତୟେ ନମଃ’ ଏହି ମନ୍ତ୍ରକୁ ରୁଦ୍ରାକ୍ଷ ମାଳରେ ୧୦୮ ଥର ଜପ କରନ୍ତୁ ।
ଶିବ ମନ୍ଦିରରେ ସନ୍ଧ୍ୟା ସମୟରେ ଗାଈ ଘିଅର ଦୀପ ସଠିକ୍ ଶୈଳୀରେ ଜଳାନ୍ତୁ ।
ଶ୍ରବଣ ମାସରେ ମା’ ପାର୍ବତୀ କଠୋର ତପସ୍ୟା କରି ମହାଦେବଙ୍କୁ ବର ସ୍ବରୂପ ପାଇ ଥିବାରୁ ଏହି ମାସକୁ ପବିତ୍ର ମାସ ବୋଲି କୁହାଯାଏ । ତେଣୁ ଏହି ମାସରେ ଅବିବାହିତ ଯୁବକ ଓ ଯୁବତୀ ମହାଦେବଙ୍କୁ ପୂଜା କରିବା ସହ କିଛି ବିଶେଷ ଉପାୟ କରିବା ଦ୍ବାରା ସେମାନଙ୍କ ବିବାହ ଶୀଘ୍ର ଠିକ୍ ହୋଇଥାଏ ବୋଲି ବିଶ୍ବାସ ରହିଛି ।  ଜାଣନ୍ତୁ ସେହି ଉପାୟ ଗୁଡିକ ବିଷୟରେ…
ପ୍ରତିଦିନ ସ୍ନାନ ସାରି ମହାଦେବଙ୍କୁ ପୂଜା କରନ୍ତୁ ।
ନିଜ ବୟସ ଅନୁଯାୟୀ ବେଲ ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।
‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।
ଦୁଇ ବା ଛଅ ମୁଖୀ ବିଶିଷ୍ଟ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ଶ୍ରାବଣ ମାସରେ ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତୁ ।
ଶ୍ରାବଣ ମାସର ପ୍ରତି ସୋମବାର ଏହି ଉପାୟ କରନ୍ତୁ ।

Comments are closed.