ବାହାଘର ପ୍ରସ୍ତାବ ପରେ ଯୁବତୀଙ୍କ ନାମରେ ମିଥ୍ୟା ଭାବି ବରକୁ ଦେଲେ ମିିଛ ଖବର: ଥାନାରେ ମାମଲା ‌

ଗୋପାଳପୁର: ବାହାଘର ପ୍ରସ୍ତାବ ପଡ଼ିବା ପରେ ଗ୍ରାମର ଦୁଇଜଣ ଯୁବକ ଭାବି ବରକୁ ମିଥ୍ୟା ଖବର ଦେବା ଏବଂ ଗ୍ରାମରେ ଉକ୍ତ ଯୁବତୀ ଙ୍କ ସହ ସେମାନଙ୍କ ସମ୍ପର୍କ ରହିଥିବା ନେଇ କାଗଜରେ ଲେଖି ସମସ୍ତଙ୍କୁ ବାଣ୍ଟିବା ଘଟଣା ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ଥାନା ଅନ୍ତର୍ଗତ ମାଟିଆସାହିର ଜନୈକା ଯୁବତୀ ଙ୍କ ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶର ଜନୈକ ଯୁବକଙ୍କ ସହ ସ୍ଥିର ହେବା ସହ ଫେବୃଆରୀରେ ବାହାଘର ନିମନ୍ତେ ଧାର୍ୟ୍ୟ କରାଯାଇଥିଲା। ଏହି ଘଟଣାକୁ ନେଇ ଉକ୍ତ ଗ୍ରାମର ଦୁଇ ଯୁବକ ମାଟିଆସାହି ଯୁବ ସଂଗଠନ ନାମରେ ଦୁଇପୃଷ୍ଠା ଲେଖା ଥିବା କେତେକ ଜେରକ୍ସ କପି କରି ଗ୍ରାମର ସମସ୍ତ ଘରକୁ ଦେବା ସହ ଉକ୍ତ ଯୁବତୀ ସହ ଜଣେ ଯୁବକର ପ୍ରେମ ସମ୍ପର୍କ ରହିଥିବା ନେଇ ଉଲ୍ଲେଖ କରିଥିଲେ। ଏହା ସହ ଦୁଇ ଯୁବକଙ୍କ ପକ୍ଷରୁ ବର ପରିବାରକୁ ଫୋନ ଯୋଗେ ଯୁବତୀର ଚରିତ୍ର ନେଇ ମିଥ୍ୟା ତଥ୍ୟ ଦେଇ ବାହାଘର ଭାଙ୍ଗିବାକୁ କହିଥିବା ଅଭିଯୋଗରେ ଉଲ୍ଲେଖ ରହିଛି।ଏହା ନେଇ ଗତ ୨ ତାରିଖରେ ଯୁବତୀଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଏଥିନେଇ ଗୋଳନ୍ଥରା ଥାନା ରେ ୦୧/୨୧ ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ସଂପୃକ୍ତି ଥିବା ଜଣେ ଯୁବକକୁ ଥାନାକୁ ଆଣି ପଚରାଉଚରା କରୁଥିବା ପୁଲିସ ସୂଚନା ଦେଇଛି।

Comments are closed.