ଆଦିବାସୀଙ୍କ ନିଆରା ପରମ୍ପରା ; ବର୍ଷା ଅଭାବ ଯୋଗୁ ବେଙ୍ଗ ବେଙ୍ଗୁଲିର ବାହାଘର

ମାଲକାନଗିରି : ମାଲକାନଗିରି ଜିଲା ସେରପାଲି ଗାଁରେ ଆଦିବାସୀଙ୍କ ନିଆରା ପରମ୍ପରାର ଏକ ଝଲକ ଦେଖାଯାଇଥିବା ଶନିବାର ଜଣାପଡ଼ିଛି। ବର୍ଷା ଅଭାବ ଯୋଗୁ ବେଙ୍ଗ ବେଙ୍ଗୁଲିର ବାହାଘର କରାଇଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ। ଜିଲାରେ ବର୍ଷା ଅଭାବ ସାଙ୍ଗକୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବିଶ୍ବାସ ଅନୁଯାଇ ଆଦିବାସୀ ରିତି ନୀତି ଅନୁଯାୟୀ ବେଙ୍ଗ ବେଙ୍ଗୁଲିର ବାହାଘର ସେରପାଲି ଗାଁର ଲୋକେ କରାଇଛନ୍ତି । ଏଥି ପାଇଁ ଗାଁର ଦୁଇ ପରିବାରକୁ ବର ପକ୍ଷ ଓ କନ୍ୟା ପକ୍ଷ ଭାବେ ମନୋନିତ ହୋଇଥିଲା। ଆଉ ଏହି ବାହାଘର ପରେ ମାଲକାନଗିରି ଜିଲାରେ ବର୍ଷା ଅନୁଭୁତ ହୋଇ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ବୋଲି ସୂଚନା ମିଳିଛି।

Comments are closed.