ପାକିସ୍ତାନ ସାଂସଦଙ୍କ ବିବାହ: ବର ୫୦କୁ କନିଆଁ ୧୫

ଲାହୋର,୨୩ା୨: ପାକିସ୍ତାନୀ ସାଂସଦ ମୌଲାନା ସଲାଉଦ୍ଦିନ ଆୟୁବିଙ୍କ ବାହାଘରକୁ ନେଇ ଦେଶରେ ଯେତିକି ଚର୍ଚ୍ଚା ସେହି ପରିମାଣରେ ବିବାଦ ସୃଷ୍ଟି ହୋଇଛି। ଏହାର କାରଣ ହେଉଛି, ସାଂସଦଙ୍କ ବୟସ ୫୦ ହୋଇଥିବାବେଳେ କନିଆଁଙ୍କ ବୟସ ମାତ୍ର ୧୫ ଓ ସେ ଜଣେ ହାଇସ୍କୁଲ ଛାତ୍ରୀ। କନିଆଁ ପାକିସ୍ତାନର ଚିତ୍ରାଲ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ। ଏହି ସମ୍ପ୍ରଦାୟ ପାଇଁ କାମ କରୁଥିବା ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏ ନେଇ ଅଭିଯୋଗ କରିବା ପରେ ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଜମାତ୍‌ ଉଲେମା-ଇ-ଇସଲାମ ନେତା ଆୟୁବି ବେଲୁଚିସ୍ତାନ ଅଞ୍ଚରୁ ୨୦୧୮ରୁ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ଅଛନ୍ତି। ଅପରପକ୍ଷରେ କନିଆଁ ଜୁଘୁରସ୍ଥିତ ଏକ ସରକାରୀ ସ୍କୁଲର ଛାତ୍ରୀ। ସ୍କୁଲ ରେକର୍ଡ ଅନୁସାରେ ତାଙ୍କ ଜନ୍ମ ତାରିଖ ହେଉଛି ୨୦୦୬ ଅକ୍ଟୋବର ୨୮। ପୁଲିସ କହିବାନୁସାରେ ଝିଅର ବାପା ବିବାହକୁ ଖଣ୍ଡନ କରିଛନ୍ତି। ଏ ନେଇ ସେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି। ଝିଅକୁ ୧୬ ବର୍ଷ ହେଲା ପରେ ବିବାହ କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନ‌େ​‌ର ଯୁବତୀଙ୍କ ସର୍ବନିମ୍ନ ବିବାହ ବୟସ ୧୬ ଧାର୍ଯ୍ୟ ହୋଇଛି।

Comments are closed.