ସିରା ପାଇଁ ମହାଭାରତ ; ବେଦୀରୁ ଉଠିଲା ବର

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରୁ ଦୂର ଗାଜିୟାବାଦରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ରସଗୋଲା ସିରା ପାଇଁ କଳହ ଆରମ୍ଭ ହୋଇ ବର ବିବାହ ବେଦୀରୁ ଉଠି ପଳାଇ ଥିବା ଜଣାପଡିଛି। ସାଧାରଣତଃ ବିବାହରେ କନ୍ୟା ପକ୍ଷ ଓ ବର ପକ୍ଷ ମଧ୍ୟରେ କିଛି ଛୋଟ ମୋଟ କଥାକୁ ନେଇ କଳହ ହୋଇଥିବା ଦେଖାଯାଏ। ଅନେକ ସମୟରେ କଳହ କାରଣରୁ ବାହାଘର ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ।
ଘଟଣା କ୍ରମେ, ଏକ ଛୋଟ କଥାରୁ ବର ରାଗି ଯାଇ ବିବାହ ବେଦୀରୁ ପଳାଇଛନ୍ତି। ଗାଜିୟାବାଦର ଲୋନୀର ଏହି ଘଟଣା। ଭୋଜି ସମୟରେ ବରର ଜଣେ ବନ୍ଧୁଙ୍କ ଉପରେ କନ୍ୟା ପକ୍ଷର ଜଣେ ବ୍ୟକ୍ତି ଭୁଲ ବଶତଃ ରସଗୋଲାରର ସିରା ପକାଇ ଦେଇଥିଲେ। ଏହାପରେ ଧିରେ ଧିରେ ପରିସ୍ଥିତି ଜଟିଳ ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍‍ ଆରମ୍ଭ ହୋଇ ଯାଇଥିଲା। ମାରପିଟ୍‍ ପରେ ବର ରାଗି ଯାଇ କନ୍ୟାଙ୍କୁ ବରଣମାଳା ନ ପିନ୍ଧାଇ ଫେରି ପଳାଇଥିଲେ। ଏହାପରେ କନ୍ୟା ପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଉଭୟପକ୍ଷଙ୍କୁ ବୁଝାସୁଝା କରିଥିବା ସହ ବରକୁ ଫେରାଇ ଆଣିଥିଲେ। ଏହାପରେ ବିବାହ ସମ୍ପନ୍ନ ହୋଇଥିଲା।

 

 

Comments are closed.