ଅନ୍ୟ ଜାତିରେ ବିବାହ ଯୋଗୁଁ ଯୁବତୀଙ୍କୁ ଗୁଳିକରି ହତ୍ୟା, ସୁରକ୍ଷା ଦେଉଥିବା ପୁଲିସ ଅଧିକାରୀ ବି ପ୍ରାଣ ହରାଇଲେ

0

ରୋହତକ:  ଅନ୍ୟ ଜାତିରେ ବିବାହ କରିବାରୁ ଜଣେ ଯୁବତୀଙ୍କୁ  ତାଙ୍କର ଘର ଲୋକଙ୍କ ନିର୍ଦେଶରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ  ହୋଇଛି ।   ଯୁବତୀଙ୍କୁ ସୁରକ୍ଷା  ଦେଉଥିବା ସବ୍‌ ଇନିସ୍‌ପେକ୍ଟର ନରେନ୍ଦ୍ର କୁମାରବି  ଦୁର୍ବୃତ୍ତଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।

ଏହି ଘଟଣାରେ ପୁଲିସ ଯୁବତୀଙ୍କର ପିତା ରମେଶଙ୍କୁ ଅଟକ ରଖିଛି । ରମେଶ ତାଙ୍କର ଭିଣୋଇଙ୍କର ଝିଅ ମମତାଙ୍କୁ ନିଜ ପୋଷ୍ୟା ସନ୍ତାନ ଭାବେ ଗ୍ରହଣ କରିଥିଲେ । ମାତ୍ର ମମତା  ଜଣେ ଦଳିତ ଯୁବକଙ୍କୁ ପ୍ରେମ  କରି ଘର ଛାଡି ଚାଲିଯାଇଥିଲା । ସେତେ ବେଲେ ସେ ନାବାଳିକା ଥିବାରୁ ଯୁବକ ଜଣଙ୍କ ଗିରଫ ହୋଇଥିଲା । ମାତ୍ର ଝିଅ ଘରକୁ ଫେରିବା ପାଇଁ ରାଜି ହୋଇ ନ ଥିଲା । ମମତା ଅଦାଲତକୁ ଆସିଥିବା ବେଳେ ତାଙ୍କ ବାପା  ତାଙ୍କୁ ଭେଟିବା ସହ ଘରକୁ ଫେରିବ ପାଇଁ କହିଥିଲେ । ମାତ୍ର ସେ ଏଥିରେ ରାଜି ହୋଇ ନ ଥିଲେ । ଏହାର କିଛି ସମୟ ପରେ ମଟର ସାଇକେଲରେ ଦୁଇ ଜଣ ଦୁର୍ବୃତ୍ତ ଆସି ମମତାଙ୍କ ଉପରକୁ ଗୁଳି ଚଳାଇଥିଲେ ଏଥିରେ ମମତାଙ୍କ ସହ ତାଙ୍କ ସହ ସୁରକ୍ଷା ପାଇଁ ଥିବା ସବ୍‌ଇନିସ୍‌ପେକ୍ଟର ବି ପ୍ରାଣ ହରାଇଛନ୍ତି ।  ମାତ୍ର ମମତାଙ୍କୁ ହତ୍ୟା କରିବାପାଇଁ ତାଙ୍କର ବାପା ବହୁ ଦିନି ଆଗରୁ ଯୋଜନା କରିଥିଲେ ବୋଲି ପୁଲିସ ସନ୍ଦେହ କରୁଛି ।

Leave A Reply